ନବନୀତା ବ୍ୟୁରୋ। ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ ବାର୍ଷିକ ଉତ୍ସବ ଭବାନୀପାଟଣା ନିକଟସ୍ଥ ଚକ୍ରଧର ନଗର ପରିସରରେ ଉଦଘାଟିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତାରୁ ଆରମ୍ଭ ହୋଇ ବିଜ୍ଞାନମେଳା, ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ, ଗଣିତ ମଜା, ସାହିତ୍ୟ ଘର ଓ ଇଂରାଜୀ ଘର ପ୍ରଦର୍ଶିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମିଳା ମିଶ୍ର ଏହାକୁ ଉଦଘାଟନ କରିଥିବାବେଳେ ଚନ୍ଦ୍ରଶେଖର ପଣ୍ଡା, ପ୍ରଭାସ ଚନ୍ଦ୍ର ମିଶ୍ର, ସବିତା ପଟ୍ଟନାୟକ, ଜୟ କୁମାର ମାଝୀ, ହିମାଂଶୁ ଶେଖର ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ, ପ୍ରକାଶ ନିଶଙ୍କ, ମୁକୁନ୍ଦ ରେଡି, ଆଲେକଜାଣ୍ଡାର ଫିଲିପ୍, ଜ୍ୟୋତିରାଣୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପରମାନନ୍ଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ବ୍ଯାୟାମ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର, ମା ଗାୟତ୍ରୀ ଏଜୁକେସନାଲ ଟ୍ରଷ୍ଟର ଅଧ୍ୟକ୍ଷା ନିହାରୀକା ପୁରୋହିତ, ସଂପାଦକ ଆଶୁତୋଷ ମୁଣ୍ଡ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଅଷ୍ଟମ ବାର୍ଷିକୋତ୍ସବ ଉଦଘାଟିତ
