ହିଂସା ଓ ଫେକ୍ ନ୍ୟୁଜ ଉପରେ ନିୟନ୍ତ୍ରଣ ଲାଗି ସବୁ ରାଜ୍ୟକୁ ଆଡଭାଇଜରି ଜାରି

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ନାଗରିକତା ଆଇନ୍ ବିରୋଧରେ ଆସାମରୁ ଦିଲ୍ଲୀ ଯାଏ ହିଂସା ପ୍ରଦର୍ଶନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଡ଼ଭାଇଜରି ଜାରି କରାଯାଇଛି। ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟକୁ ଆଡଭାଇଜରି ଜାରି କରିବା ସହ ହିଂସା ପ୍ରଦର୍ଶନ ଉପରେ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ଦେଶର ନାଗରିକ ସୁରକ୍ଷା ଓ ତାଙ୍କର ଜୀବନ ରକ୍ଷା ମୂଲ୍ୟବାନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଆଇନ୍ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପଦଷେପ ନେବା ଆବଶ୍ୟକ। ଏଥିସହ ଫେକ ନ୍ୟୁଜ ଓ ସୋସାଲ ମିଡ଼ିଆରେ ପ୍ରସାରିତ ଗୁଜବ ଉପରେ ନଜର ରଖିବା ସହ ଏହାକୁ ନିୟନ୍ତ୍ରଣ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


ଗୃହ ମନ୍ତ୍ରଣାଳୟ ଅଧିକାରୀ ଦେଖିବାକୁ ପାଇଛନ୍ତି ଯେ, ସୋସାଲ୍ ମିଡ଼ିଆରେ ଉତ୍ତେଜିତ ବିଷୟ ଓ ଭିଡିଓ ସେୟାର କରା ଯାଉଛି। ଏପରିକି ଦିଲ୍ଲୀରେ ପୋଲିସ ଦ୍ବାରା ବସ୍ ପୋଡ଼ି ଗୁଜବ ମାମଲା ଏଭଳି ଉଦ୍ୟମ କରାଯାଇଥିଲା। ଏଥି ସହ ଗୁଜବ ପ୍ରସାରିତ ହେବା ସହ ଫାଇରିଂରେ ଦୁଇ ଜଣଙ୍କ ମୃତ୍ୟୁ ବି ହୋଇଛି। ଜାମୀୟା ମିଲ୍ଳିୟା ଭାଇସ ଚାନସେଲର ମଧ୍ୟ ଏହାକୁ ଗୁଜବର ଆଖ୍ୟା ଦେଇଛନ୍ତି।

ସଂଶୋଧନ ନାଗରିକତା ଆଇନ୍ ବିରୋଧରେ ଦେଶର ବିଭିନ୍ନ ଅଞ୍ଚଳରେ ହିଂସା ପ୍ରଦର୍ଶନ ଖବର ନଜରକୁ ଆସୁଛି। ଗତ ସପ୍ତାହରେ ସାଂସଦରେ ନାଗରିକତା ସଂଶୋଧନ ଆଇନ୍ ମଞ୍ଜୁରୀ ହେବା ପରେ ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇଥିଲେ।