ନବନୀତା ବ୍ୟୁରୋ। ସଚିବାଳୟ ପରେ ସଚିବାଳୟ ମାର୍ଗର ନାମକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସଚିବାଳୟ ମାର୍ଗକୁ ବଦଳାଇ ଲୋକସେବା ମାର୍ଗ କରାଯାଇଛି। ନାମ ପରିବର୍ତ୍ତନ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ଯାଏ ରାସ୍ତାକୁ ଲୋକସେବା ମାର୍ଗ ନାମରେ ନାମିତ କରାଯାଇଛି। ପୂର୍ବରୁ ଏ ରାସ୍ତାର ନାମ ଥିଲା ସଚିବାଳୟ ମାର୍ଗ।

କିଛି ଦିନ ଆଗରୁ ସଚିବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ କରିଥିଲେ ସରକାର। ଏହା ପରେ ସଚିବାଳୟ ମାର୍ଗର ନାମକୁ ମଧ୍ୟ ବଦଳା ଯାଇଛି। ଏହି ରାସ୍ତା ସଚିବାଳୟକୁ ସଂଯୋଗ କରୁଥିବାରୁ ସଚିବାଳୟ ମାର୍ଗ ନା ରହିଥିଲା। ହେଲେ ସଚିବାଳୟର ନାମ ପରିବର୍ତ୍ତନ ପରେ ଏହି ରାସ୍ତାକୁ ଲୋକସେବା ଭବନ ଅନୁସାରେ ଲୋକସେବା ମାର୍ଗ ନାମରେ ନାମିତ କରିଛନ୍ତି ସରକାର।
