ନବନୀତା ବ୍ୟୁରୋ। ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ପାଇଁ ସମର୍ଥନ ଦେବାକୁ ଏନସିପି ଅଧ୍ୟକ୍ଷ ଦୁଇଟି ସର୍ତ୍ତ ରଖିଥିଲେ। ତେବେ କଣ ରହିଥିଲା ଏହି ଦୁଇଟି ସର୍ତ୍ତ। ପ୍ରଥମ ସର୍ତ୍ତ ହେଲା ରାଷ୍ଟ୍ରୀୟ ରାଜନୀତିରେ ସକ୍ରିୟ ଥିବା ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଓଜନଦାର କୃଷି ମନ୍ତ୍ରଣାଳୟ ପଦ ଦେବା। ସେହିପରି ଦ୍ବିତୀୟ ସର୍ତ୍ତଟି ହେଲା ଦେବେନ୍ଦ୍ର ଫଡନାଭିସଙ୍କ ଜାଗାରେ ଯେ କୌଣସି ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିବା। ଯେତେବେଳେ ଏହି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଗଲା ସେ ସରକାର ଗଢ଼ିବା ପାଇଁ ଏହି ସର୍ତ୍ତକୁ ମାନିବା ଲାଗି ରାଜି ହୋଇନଥିଲେ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦି ସରକାର ଗଠନ କରିବା ପାଇଁ ଏନସିପିକୁ କୃଷି ମନ୍ତ୍ରଣାଳୟ ଦିଆ ଯିବ ତାହେଲେ ବିହାରର ପୁରୁଣା ସହଯୋଗୀ ଜେଡିୟୁ ରେଳ ମନ୍ତ୍ରଣାଳୟ ଦାବି କରିବାକୁ ଧର୍ମ ସଙ୍କଟ ଉପୁଯାଇପରେ। ଏପରିକି ପ୍ରବଳ ସଂଖ୍ୟା ଗରିଷ୍ଠତା ସତ୍ତ୍ଵେ ଦୁଇଟି ବଡ଼ ବଡ଼ ମନ୍ତ୍ରଣାଳୟ ବିଜେପି ହାତରୁ ଖସି ଯିବ।
ସୂତ୍ରରୁ ମିଳିଥିବା ଅନୁସାରେ ପାୱାରଙ୍କ ଦ୍ବିତୀୟ ସର୍ତ୍ତ ସଂପର୍କରେ କୁହାଯାଇଛି ଯେ, ମହାରାଷ୍ଟ୍ର ରାଜ୍ୟରେ ଦେବେନ୍ଦ୍ର ଫଡନାଭିସ ପାଞ୍ଚ ବର୍ଷ କାଳ ସରକାର ଚଳାଇବା ପାଇଁ ସଫଳ ରହିଥିଲେ। ଏବଂ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବଂଶୀ ନିର୍ବାଚନ ଲଢିଥିଲା। ହେଲେ ୨୪ ଅକ୍ଟୋବରରେ ଫଳାଫଳ ଆସିବା ଦିନ ଦଳ ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ମୋଦି ଫଡନାଭିସଙ୍କ ନେତୃତ୍ଵରେ ସରକାର ଗଠନ କରିବା ପାଇଁ ଘୋଷଣା କରିଥିଲେ। ତେଣୁ ଫଡନାଭିସଙ୍କ ଜାଗାରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ସର୍ତ୍ତ ମାନିବା ବିଜେପି ପାଇଁ କାଠିକର ପାଠ ଥିଲା।
