ନାଲକୋ ମହିଳା ସମିତି ପକ୍ଷରୁ ମଶାରୀ ବଣ୍ଟନ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ନାଲକୋ ମହିଳା ସମିତିର ମହତ୍ କାର୍ଯ୍ୟ। କଟକର ଶିଶୁ କଲ୍ୟାଣ ସଂସ୍ଥା ଯଶୋଦା ସଦନର ଶିଶୁମାନଙ୍କୁ ମଶାରୀ ବଣ୍ଟନ କରାଯାଇଛି।

ନାଲକୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟ ଚାନ୍ଦଙ୍କ ନେତୃତ୍ଵରେ ଏହି ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଵଚ୍ଛ ଓ ସ୍ଵାସ୍ଥ୍ୟ ଭାରତର ସଦସ୍ୟ ଥିବା ନାଲକୋ ମହିଳା ସମିତି ପକ୍ଷରୁ ଏଭଳି ସମାଜ କଲ୍ୟାଣ ପଦକ୍ଷେପ ଗ୍ରହଣ କରାଯାଉଛି।

ତେବେ ଦିନକୁ ଦିନ କଟକରେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନାଲକୋ ମହିଳା ସମିତି ପକ୍ଷରୁ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ନେଇଥିବା ଏଭଳି ମହତ୍ କାର୍ଯ୍ୟ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ।