- ହାଇଲାଇଟସ
- ମହାଏଗଜିଟ୍ ପୋଲରେ ଉଭୟ ରାଜ୍ୟରେ ବିଜେପି ଗଠବନ୍ଧନ୍ ସରକାର ପ୍ରତ୍ୟାବର୍ତ୍ତନ୍ ଅନୁମାନ
- ୨୦୧୪ରେ ହରିୟାଣାରେ ବିଜେପିକୁ ୪୭ ସିଟ୍ ମିଳିଥିଲା, ଏଥର ଅଧିକ ସିଟ୍ ମିଳିବା ଅନୁମାନ କରାଯାଉଛି
- ୨୦୧୪ରେ ମହାରାଷ୍ଟ୍ରରେ ବିଜେପିକୁ ୧୨୨ ଓ ଶିବସେନାକୁ ୬୩ ସିଟ୍ ମିଳିଥିଲା, ପରେ ଉଭୟ ଦଳ ମିଶି ସରକାର ଗଠନ କରିଥିଲେ
- କଂଗ୍ରେସ ଗଠବନ୍ଧନକୁ ଉଭୟ ରାଜ୍ୟରେ ବହୁତ୍ ନୁକସାନ ହେଉଥିବା ଆଶଙ୍କା କରାଯାଉଛି
ନବନୀତା ବ୍ୟୁରୋ। ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଆସନ୍ତା ୨୪ ତାରିଖରେ ଫଳାଫଳ ପ୍ରକାଶ ହେବ। ହେଲେ ତା ପୂର୍ବରୁ ବିଭିନ୍ନ ଚେନେଲର ଏଗଜିଟ୍ ପୋଲରେ ଉଭୟ ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବା ନେଇ ଭବିଷ୍ୟବାଣୀ କରାଯାଇଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ପରୀକ୍ଷା କୁହାଯାଉଥିବା ଏହି ନିର୍ବାଚନରେ ଏନଡିଏ ଗଠାବନ୍ଧନ୍ ଭଲ ନମ୍ବରରେ ପାସ୍ ହେବା ଦେଖାଯାଉଛି। ହେଲେ କଂଗ୍ରେସ ପାଇଁ ଉଭୟ ରାଜ୍ୟରେ ବହୁ କ୍ଷତି ସହୁଥିବା ଅନୁମାନ କରାଯାଉଛି। ସବୁ ଏଗଜିଟ ପୋଲରେ ମହାରାଷ୍ଟ୍ରରେ ବିଜେପି ଶିବସେନା ଗଠବନ୍ଧନ ସରକାର ଗଢ଼ିବା ନେଇ ଅନୁମାନ କରାଯାଉଛି। ସେହିପରି ହରିୟାଣାରେ ମନୋହର ଲାଲ ଖଟ୍ଟରଙ୍କ ସରକାର ୨୦୧୪ ଅପେକ୍ଷା ଅଧିକ ଆସନ ପାଇବା ନେଇ ଅନୁମାନ କରାଯାଉଛି।
